Advertisment

ଦୀପାବଳିରେ ବାଣ ଫୁଟେଇବେ ନା ଫୁଟେଇବେନି ?

ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି। ଆତସବାଜି ଶବ୍ଦରେ କଂପିଥାନ୍ତା ଗାଁଠୁ ସହର। ହେଲେ ପ୍ରଦୂଷଣକାରୀ ବାଣ ଉପରେ ରୋକ ଓ କେବଳ ସବୁଜ ବାଣକୁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଏବେ ଜନତାଙ୍କଠୁ ବ୍ୟବସାୟୀ ଯାଏଁ ସଭିଏଁ ଦ୍ବନ୍ଦ୍ବରେ ।

Advertisment

ଦୀପାବଳି ପୂର୍ବରୁ ସୁପ୍ରିମକୋର୍ଟଙ୍କ ଏ ଛାଟ ପରେ ବ୍ୟବସାୟ ନେଇ ବାଣ ଦୋକାନୀ ଦ୍ବନ୍ଦ୍ବରେ ଥିବା ବେଳେ ଅଧିକ ସଜାଗ ହୋଇଛି ରାଜ୍ୟ ପ୍ରଶାସନ। ଏବେ ପ୍ରଶ୍ନ, ଏ ଗ୍ରୀନ କ୍ରାକର କ’ଣ ? କିଭଳି ଏହାକୁ ଚିହ୍ନିବେ? ପରିବେଶବିତଙ୍କ ମତରେ, ଗ୍ରୀନ କ୍ରାକରରେ ଅପେକ୍ଷାକୃତ ସ୍ବଳ୍ପ ପ୍ରଦୂଷଣକାରୀ କଞ୍ଚାମାଲ ବ୍ୟବହାର ହୋଇଥାଏ। ପାରଂପରିକ ବାଣରେ ଆର୍ସେନିକ, ଲିଥିୟମ ଓ ବେରିୟମ ଭଳି ପ୍ରଦୂଷଣକାରୀ ତଥା କ୍ଷତିକାରକ କେମିକାଲ ମିଶୁଥିବା ବେଳେ ଗ୍ରୀନ କ୍ରାକରରେ ଏସବୁ ନ ଥାଏ । ଗ୍ରୀନ୍ କ୍ରାକରରେ ଆଲୁମିନିୟମ, ଲିଡ୍ ଓ କାର୍ବନ ଥାଏ, ଯାହାକି ଫୁଟିବା ବେଳେ କମ୍ ଅଙ୍ଗାରକାମ୍ଳ ନିର୍ଗମନ କରିଥାଏ। ପାରମ୍ପରିକ ବାଣର ଶବ୍ଦ ତୀବ୍ରତା ୧୬୦ ଡେସିବେଲ ପାଖାପାଖି ଥିବା ବେଳେ ଗ୍ରୀନ୍ କ୍ରାକରରେ ଏହା ୧୧୦ରୁ ୧୨୫ ଡେସିବେଲ ମଧ୍ୟରେ ରହିଥାଏ। ସମସ୍ତ ଗ୍ରୀନ୍ କ୍ରାକର ପ୍ୟାକେଟରେ CSIR ସାର୍ଟିଫାଏଡ୍ ଗ୍ରୀନ୍ ଲୋଗୋ ଥିବ, ଫଳରେ ଏହାକୁ ସହଜରେ ଚିହ୍ନଟ କରାଯାଇପାରିବ ।

Advertisment
Supreme Court Diwali
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ