ହସ୍ପିଟାଲ ବେଡରେ ଥାଇ ଆଇଏଏସ୍ ଅଫିସର ହେବାର ସ୍ୱପ୍ନ ଦେଖୁଛନ୍ତି ରାୟଗଡ଼ା ଜିଲ୍ଲା ଗୁଣପୁରର ଉଚ୍ଚଶିକ୍ଷିତା ଯୁବତୀ ରଶ୍ମିତା ପାଣିଗ୍ରାହୀ । ଦେହର ପ୍ରାୟ ୭୦ ପ୍ରତିଶତ ପୋଡ଼ି ହୋଇଯାଇଥିଲେ ବି ମନୋବଳ ମାରି ନାହାନ୍ତି କି ପରିସ୍ଥିତିକୁ ଦ୍ୱାହି ଦେଇ ହାର୍ ମାନି ନାହାନ୍ତି । ଶାଶୂଘର ଲୋକଙ୍କ ଯୌତୁକ ନିର୍ଯାତନା ତାଙ୍କୁ ଆଜି ଯନ୍ତ୍ରଣା ଦେଉଥିଲେ ବି ସେ ଏ ଚ୍ୟାଲେଞ୍ଜ୍ ଉଠାଇବାକୁ ଅଣ୍ଟା ଭିଡ଼ିଛନ୍ତି