Advertisment

ଲକ୍ଷ୍ମୀଙ୍କ ସାହସ ଓ ସେବାକୁ ସଲାମ୍; ମହିଳା ହୋଇ ବି ମଶାଣିକୁ ନାହିଁ ଭୟ

ନିସ୍ୱାର୍ଥପର ସେବା ଯାହାର ମନ୍ତ୍ର । ବିପଦରେ ସାହାଯ୍ୟ କରିବାକୁ ଯାହାର ମନ । ତାଙ୍କୁ ବା ଡର କ’ଣ, ଭୟ କ’ଣ । ବାରିପଦା ବାରୁଣୀ ଘାଟ ଶ୍ମଶାନରେ ବେଶ୍ ପରିଚିତା ନାଁ ଲକ୍ଷ୍ମୀ ଜେନା । ଦୀର୍ଘ ୧୩ବର୍ଷ ଧରି ଅବିରତ କରି ଚାଲିଛନ୍ତି ଶବ ସତ୍କାର ।

Advertisment

ଶ୍ମଶାନ, ନାଁ ଶୁଣିଲେ ଯେଉଁଠି ଛାତିରେ ଛନକା ପଶିଯାଏ । ସେଠି ପୁଣି ଜଣେ ମହିଳା ୧୩ ବର୍ଷ ଧରି ଅହୋରାତ୍ର ଶବ ସତ୍କାର କରୁଛନ୍ତି । ଶୁଣି ଆଶ୍ଚର୍ଯ୍ୟ ହେବେ ୧୦ ହଜାରରୁ ଅଧିକ ଶବ ଦାହ କରିଥିବା ସେ ଦାବି କରିଛନ୍ତି । ବାରିପଦାର ବାରୁଣୀ ଘାଟ ଶ୍ମଶାନରେ ଲକ୍ଷ୍ମୀ ନାମ୍ନୀ ଜଣେ ମହିଳାଙ୍କ ଏ ସେବା ମନୋଭାବ ଯେମିତି ଅନ୍ୟମାନଙ୍କ ପାଇଁ ସାଜିଛି ପ୍ରେରଣା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ