ଭଦ୍ରକ ଚାନ୍ଦବାଲି ବୈତରଣୀ ନଦୀ ପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ନାଁ ରେ କୋଟି କୋଟି ଟଙ୍କା ଲୁଟ୍ ଅଭିଯୋଗ ! ୧୮ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୨୩ ଏପ୍ରିଲ ୨୦ ତାରିଖରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଭିତ୍ତି ପ୍ରସ୍ତର ଶୁଭ ଦେଇଥିବାବେଳେ ଜଳ ସଂପଦ ବିଭାଗକୁ ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା । ୨୦୨୪ ଜୁନ୍ ରେ କାର୍ଯ୍ୟ ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଏଯାଏଁ ୧୦ ପ୍ରତିଶତ କାର୍ଯ୍ୟ ହୋଇନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।