Advertisment

ଯିଏ ଶୁଣୁଛି ସିଏ କହୁଛି, ଏମିତି ଜୋଇଁ ସମସ୍ତଙ୍କୁ ମିଳୁ..

ନିଆଁ ସିନା ସବୁ ଜାଳିପୋଡ଼ି ସାରିଦେଲା... କିନ୍ତୁ ସଂପର୍କର ବନ୍ଧନ ସାତ ଜନ୍ମ ପାଇଁ ସାଥୀ ହେବାକୁ କଥା ଦେଇଥିବା ମଣିଷ, ବଦଳିଲାନି... କେବଳ ଶାଢୀ ଖଣ୍ଡିଏରେ ସବୁଦିନ ପାଇଁ ହୀରାମଣିଙ୍କୁ ବୋହୂ କରି ନେବେ ବୋଲି ଦେଇଛନ୍ତି ପ୍ରତିଶ୍ରୁତି। ଆଉ ଏ କଥା ଯିଏ ଶୁଣୁଛି ସିଏ କହୁଛି, ଏମିତି ଜୋଇଁ ସମସ୍ତଙ୍କୁ ମିଳୁ।

Advertisment

ସରିଥିଲା ଲଗ୍ନ ଧାର୍ଯ୍ୟ... ସରିଥିଲା ନର୍ବନ୍ଧ... ଲଗ୍ନବେଳା ହୋଇଥିଲେ ଏଇ ଘରର ଝିଅକୁ ବୋହୂ କରି ନେଇଥାନ୍ତେ ସବାରୀ କାନ୍ଧେଇ। କିନ୍ତୁ ବିଧିର ବିଧାନ ସବୁ ପୋଡ଼ି ଛାରଖାର କରିଦେଲା... ଵନ୍ଧୁ ବାନ୍ଧିବା ପୂର୍ବରୁ ଵନ୍ଧୁ ଘରେ ଲାଗି ଯାଇଥିଲା ନିଆଁ...। ଝିଅର ବାହାଘର କେମିତି କରିବେ ସେ ନେଇ ଚିନ୍ତାରେ ଥିଲେ ଝିଅ ଘର ଲୋକେ। ମୁଣ୍ଡରେ ହାତ ଦେଇ ବସିଥିଲେ କନ୍ୟାପିତା। ଏତିକି ବେଳେ ଜୋଇଁ ପୁଅଙ୍କ ଗୋଟିଏ କଥା, ଭାବି ଶ୍ୱଶୁରଙ୍କୁ ପ୍ରବୋଧନା ଦେଲା।

Advertisment

ବାପା ଆପଣ ବ୍ୟସ୍ତ ହୁଅନ୍ତୁନି, ଶାଢୀ ଖଣ୍ଡେ ପିନ୍ଧାଇ ହୀରାମଣିକୁ ଆମେ ଆମ ଘରକୁ ନବୁ। ବଧୂ ହୋଇ ଯିବ, କିନ୍ତୁ ସିଏ ସେଠି ଝିଅ ହେଇ ରହିବ।

ଜୋଇଁ ପୁଅଙ୍କ ଏ ପଦିଏ କଥା, ବିପଦ ବେଳକୁ ସବୁଠାରୁ ବଡ଼ ଶକ୍ତି ଯୋଗାଇଲା, ରବିନ୍ଦ୍ରଙ୍କୁ।

Advertisment
Chandbali Fire Breaks Out
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ