Jana Seva Kendra in jungle
Advertisment
ଘଞ୍ଚ ଜଙ୍ଗଲ ଭିତରେ ମଞ୍ଚ, ମଞ୍ଚ ଚାରିପଟ ବେଢ଼ିଛନ୍ତି ଗାଁ ଲୋକେ... ଆଉ ତାରି ଭିତରେ ଲାପଟପ୍ ଧରି କାମ କରୁଛନ୍ତି ଦୁଇ ଯୁବକ। ଜଙ୍ଗଲ ଭିତରେ ଚାଲିଛି ଜନସେବା କେନ୍ଦ୍ର। କିଏ କାଳିଆ ଯୋଜନା ଟଙ୍କା ପାଇଁ ଅନେଇ ବସିଛି ତ ଆଉ କିଏ ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ କରିବାକୁ ଆସିଛି। ସରକାରୀ ଯୋଜନାର ଲାଭ ଟିକେ ପାଇବା ପାଇଁ ଏଠି ଲୋକଙ୍କୁ ସକାଳୁ ଆସିଲେ ସଞ୍ଜ ହେଉଛି। ଇଏ ଆଜି କି କାଲିର ଘଟଣା ନୁହେଁ। ଉପାନ୍ତ କନ୍ଧମାଳ ଜିଲ୍ଲାର ଏକାଧିକ ପଞ୍ଚାୟତରେ ସ୍ଥିତି ଏମିତି। ବାଳନ୍ଦାପଡ଼ା ପଞ୍ଚାୟତ କେନ୍ଦୁଗୁଡ଼ାସାହି ନିକଟରେ ଥିବା ଜଙ୍ଗଲରେ ଚାଲିଛି ଜନସେବା କେନ୍ଦ୍ର।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us