Advertisment

ପୁନର୍ଜନ୍ମ ପାଇଲା ବିଜୁ ବାବୁଙ୍କ ଡାକୋଟା ବିମାନ

ବିଜୁ ବାବୁଙ୍କ ସନ୍ତକ ଓ ଅପାସୋରା ସ୍ମୃତି ବି ଜଡ଼ିତ ଡାକୋଟା ବିମାନକୁ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଟର୍ମିନାଲ ୱାନ୍ ସମ୍ମୁଖରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ।

Advertisment

ପ୍ରତୀକ୍ଷାରେ ଅନ୍ତ, ଉତ୍କଣ୍ଠାରେ ପୂର୍ଣ୍ଣଛେଦ । ପୁନର୍ଜନ୍ମ ପାଇଲା କୋଲକାତାରେ ଅବହେଳିତ ବିଜୁ ବାବୁଙ୍କ ଦକ୍ଷ ପାଇଲଟିଂ କୌଶଳ ଓ ପରାକ୍ରମର ଏକାନ୍ତ ମୁକସାକ୍ଷୀ ଡାକୋଟା ବିମାନ । ଏକଦା ପ୍ରବାଦ ପୁରୁଷଙ୍କ ସାହସିକତା ଓ ନିର୍ଭିକତା ଗୁଣର ପରିଚାୟକ ଥିବା ଏହି ଡାକୋଟା ବିମାନ ଦୀର୍ଘ ୬ ଦଶନ୍ଧି ପରେ ପୁଣି ମୁଣ୍ଡ ଟେକି ଛିଡ଼ା ହୋଇଛି ।

Advertisment
Biju Patnaik Dakota
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ