ପୁରୀ ବଳିଆ ପଣ୍ଡାରେ ଅଳିଆ ପାହାଡ । ପ୍ରାୟ ୮ ଏକର ଜମିରେ ଗଦା ହୋଇଛି ଆବର୍ଜନା । ବର୍ଷ ବର୍ଷ ଧରି ସହରର ଅଳିଆ ଆବର୍ଜନା ଏଠାରେ ପକାଯାଉଛି । ଆଉ ଏହା ଜମି ଜମି ଏକ ପାହାଡର ରୂପ ନେଇଛି । ଏଥିରୁ ବାହାରୁ ଥିବା ପ୍ରବଳ ଗନ୍ଧ ସହ ଧୂଆଁ ଯୋଗୁଁ ପ୍ରଭାବିତ ହେଉଛନ୍ତି ଆଖପାଖ ଅଞ୍ଚଳରେ ରହୁଥିବା ଲୋକେ । ଅନେକ ଆର୍ବଜନା ଧୂଆଁ ଯୋଗୁଁ ଅସୁସ୍ଥ ମଧ୍ୟ ହୋଇଥିବାର ସୂଚନା ରହିଛି ।