Last updated: 12 September 2022, 09:35 PM IST
ଘୁ ଘୁ ଗର୍ଜନ କରି ମାଡ଼ି ଆସୁଛି ସମୁଦ୍ର । ସ୍ଥଳଭାଗ ମୁହାଁ ଉଛୁଳା ଢେଉ ସହ ଭୟଙ୍କର ଶବ୍ଦ ଆଉ କ୍ଷୀପ୍ର ବେଗ । ସମୁଦ୍ରର ଏଭଳି ଉଗ୍ର ରୂପ, ଆଗରୁ କେବେ ଦେଖାଯାଇନଥିଲା । ଦୁଇ ଦିନ ହେଲାଣି ସାମୁଦ୍ରିକ ଜୁଆର କୂଳ ଖାଇବାରେ ଲାଗିଛି । ଫଳରେ କୋଣାର୍କ-ପୁରୀ ମରିନ୍ ଡ୍ରାଇଭ୍ ପ୍ରତି ଘନେଇଲାଣି ବିପଦ ।