Advertisment

ଓଡ଼ିଶା ଦେଇ ଗଡ଼ିଲା ଅମୃତ ଭାରତ ଏକ୍ସପ୍ରେସ

ଓଡ଼ିଶା ଦେଇ ଗଡ଼ିଲା 'ଅମୃତ ଭାରତ'। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରୁ ଭର୍ଚୁଆଲ୍ ମୋଡରେ ଶୁଭାରମ୍ଭ କରିବା ପରେ, ଓଡ଼ିଶା ଦେଇ ଚାଲିଛି ମାଲଦା ଟାଉନ୍-ବେଙ୍ଗଲୁରୁ ଅମୃତ ଭାରତ ଟ୍ରେନ୍।

Advertisment

କେଉଁଠି ଢୋଲ ବାଜା... ତ କେଉଁଠି ନାଚଗୀତର ଧୁମ୍... । ଅମୃତ ଭାରତକୁ ଜାଗା ଜାଗାରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା । ଉପସ୍ଥିତ ଅଛନ୍ତି ନେତା-ଜନତା ଓ ଛାତ୍ରଛାତ୍ରୀ। ସବୁଠି ସାଜସଜ୍ଜା। ଉତ୍ସାହ ଓ ଉଲ୍ଲାସ। ମାଲଦା ଟାଉନ୍-ବେଙ୍ଗଲୁରୁ ଅମୃତ ଭାରତ ଟ୍ରେନର ଓଡ଼ିଶାରେ ପ୍ରଥମ ରହଣି- ଜଳେଶ୍ୱର ଷ୍ଟେସନ। ଟ୍ରେନ୍ ପହଞ୍ଚିବା ପରେ, ଏହାକୁ ସ୍ୱାଗତ କରିଥିଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ତେବେ ଖାଲି ଜଳେଶ୍ୱର କାହିଁକି ପରବର୍ତ୍ତୀ ସମସ୍ତ ଷ୍ଟେସନରେ ଅମୃତ ଭାରତକୁ ମିଳିଥିଲା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା। ଭଦ୍ରକ ଓ କଟକରେ ଓଡ଼ିଶୀ ନୃତ୍ୟ ପରିବେଷଣ ସହ ଢୋଲ ବାଦ୍ୟରେ କମ୍ପିଥିଲା କଟକର ପ୍ଲାଟଫର୍ମ । ଏହାପରେ ରାଜଧାନୀ ଭୁବନେଶ୍ୱରରେ ପୁଷ୍ପବୃଷ୍ଟି କରି ଏହି ନୂଆ ଟ୍ରେନକୁ ସ୍ୱାଗତ କରିଥିଲେ ଲୋକେ। ଖୋର୍ଦ୍ଧା ରୋଡ୍ ଓ ବ୍ରହ୍ମପୁରରେ ମଧ୍ୟ ଅମୃତ ଭାରତକୁ ସ୍ୱାଗତ କରିଥିଲେ ସ୍ଥାନୀୟ ବିଧାୟକ, ସାଂସଦ ଓ ବିଭିନ୍ନ ଦଳର ନେତା।

Advertisment
Bhubaneswar Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ