ଟ୍ରାକ୍ଟର ବିଦାରୁଛି ଫଳନ୍ତି କୋବି କିଆରିକୁ । ଟ୍ରାକ୍ଟର ବିଦାରୁଛି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଆମ ବ୍ୟବସ୍ଥାକୁ । ଛନଛନିଆ ବନ୍ଧା କୋବି କ୍ଷେତକୁ ନୁହେଁ ବରଂ ଟ୍ରାକ୍ଟର ଦଳି ମକଚୁଛି ନିରୀହ ଚାଷୀର ହାଡ଼ଭଙ୍ଗା ପରିଶ୍ରମକୁ ଓ ବର୍ଷକର ଦାନାପାଣିକୁ । ଏଭଳି କିଛି ବୁକୁ ଫଟା ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଗଂଜିଆଟିକ୍ରା ଗାଁରେ ।