କିଏ ଟଙ୍କା ୫ ଶହ ପାଇଁ ତ ଆଉ କିଏ ୭ ଶହ ଟଙ୍କା ପାଇଁ ହୀନସ୍ତା ହେଉଛି। ବୟସର ଅପରାହ୍ଣରେ ନାନା ହଇରାଣ ହରକତ ହେଉଛନ୍ତି ଭତ୍ତା ଗଣ୍ଡିକ ପାଇଁ। କେଉଁଠି ଲାଞ୍ଚ ନଦେଲେ ଭତ୍ତା ମିଳୁନାହିଁ ତ ଆଉ କେଉଁଠି ବାଟ ମାରଣା ହେଉଥିବା ଅଭିଯୋଗ। ଆଜି ଆମେ ଗଞ୍ଜାମ ଖଲ୍ଲିକୋଟ ଏବଂ ମାଲକାନଗିରି ଚିତ୍ରକୋଣ୍ଡା ଅଞ୍ଚଳର ଦୁର୍ଦ୍ଦଶାର କାହାଣୀ କହୁଛୁ। ଯେଉଁଠି ବୃଦ୍ଧବୃଦ୍ଧାଙ୍କ ପ୍ରତି ସରକାରୀ ଉଦାସୀନତା ଜଳ ଜଳ ବାରି ହେଉଛି