ଦିବ୍ୟାଙ୍ଗ ଛାତ୍ରଙ୍କ ପାଇଁ ରେଭେନ୍ସାରେ ହଷ୍ଟେଲ ନାହିଁ। ସେମାନେ ମଧ୍ୟ ଏତେ ଗରିବ ଯେ, ସେଥିପାଇଁ ପଇସା ନାହିଁ। ତେଣୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପଢୁଥିବା ୩ ଜଣ ଦିବ୍ୟାଙ୍ଗ ଛାତ୍ର ଏବେ ବସ୍ତିରେ ଘରଭଡ଼ା ନେଇ ରହୁଛନ୍ତି ଏବଂ ଅନେକ ସମୟରେ ସରକାର ଖୋଲିଥିବା ଆହାର କେନ୍ଦ୍ରରେ ଖାଉଛନ୍ତି।