ଦିନେ ଅଧିଆ ପଡ଼ି ପୁଅ ପାଇଥିଲେ । ନାଗପଞ୍ଚମୀରେ ମନ୍ଦିର ଭିତରେ ସ୍ୱୟଂ ନାଗଦେବତାଙ୍କ ଦର୍ଶନ ପାଇଲେ । ସାକ୍ଷାତ୍ ନାଗରାଜଙ୍କୁ ଦେଖି ଭାବବିହ୍ୱଳ ହୋଇପଡ଼ିଲେ ପରିବାର । ଖବର ପ୍ରଚାର ପରେ ଜମିଲା ଭକ୍ତଙ୍କ ଭିଡ଼, ଚାଲିଲା ପୂଜାର୍ଚ୍ଚନା ।