ଜୀବନ ଯୁଦ୍ଧରେ ହାରିଗଲେ କଟକର ଦିବ୍ୟରଞ୍ଜନ ବେହେରା । କରୋନାରେ ପୀଡିତ ହୋଇଥିଲେ ଦିବ୍ୟରଞ୍ଜନ । ଭୁବନେଶ୍ବରରେ ତାଙ୍କର ଇକମୋ ଚିକିତ୍ସା ଚାଲିଥିଲା ବେଳେ ଜୀବନ ଦୀପ ଲିଭିଯାଇଥିଲା  ଦିବ୍ୟରଞ୍ଜନଙ୍କର ।  ଚିକିତ୍ସା ପାଇଁ ଅନେକ ଲୋକଙ୍କୁ ସାହାଯ୍ୟ ମାଗିଥିଲେ ହେଲେ ବହୁ ସାହାଯ୍ୟ ମିଳିବା ପରେ ମଧ୍ୟ ବଞ୍ଚି ପାରିଲେନି ଦିବ୍ୟରଞ୍ଜନ ।  ବର୍ଷକ ତଳେ ଦିବ୍ୟରଞ୍ଜନ ବିବାହ କରିଥିବା ବେଳେ ତାଙ୍କର ୩ ମାସର ପୁତ୍ର ସନ୍ତାନ ରହିଛି ।  ଦିବ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ପରିବାରରେ ଶୋକର ଛାୟା ଖେଳି ଯାଇଛି ।