ଖୋଲିଲା ରାଜଧାନୀର ମାର୍କେଟ ବିଲ୍ଡିଂ । ବିଏମସିର ଲିଖିତ ପ୍ରତିଶ୍ରୁତି ପରେ ୧୯ ଦିନ ପରେ ପୁଣି ଚଳଚଂଚଳ ହୋଇ ଉଠିଛି ୟୁନିଟ-୨ ମାର୍କେଟ ବିଲ୍ଡିଂ । ଆଜି ସକାଳୁ ପ୍ରଥମେ ଛୋଟ ରେଡିମେଡ୍ ଦୋକାନ ଖୋଲିଥିବା ବେଳେ ସନ୍ଧ୍ୟାରେ ସୋରୁମ୍ ମଧ୍ୟ ଖୋଲିଛି । ନିଷ୍ପତ୍ତି ଅନୁସାରେ ଏଣିକି ମାର୍କେଟ୍ ବିଲ୍ଡିଂ ପରିସରରେ କୌଣସି ଅସ୍ଥାୟୀ ବ୍ୟବସାୟୀ ବସି ପାରିବେ ନାହିଁ । ମୋଟ୍ ୧୨ଟି ପଏଣ୍ଟରେ ସ୍ଥାୟୀ ବ୍ୟବସାୟୀ ଓ BMC ମଧ୍ୟରେ ଏକ ଚୁକ୍ତି ହୋଇଛି । ସେପଟେ କିନ୍ତୁ ମାର୍କେଟ୍ ବିଲ୍ଡିଂ ପରିସରରେ ବସିବା ଜିଦ୍‌ରେ ଅଟଳ ରହିଛନ୍ତି ଉଠା ଦୋକାନୀ ।