ଗାଁକୁ ରାସ୍ତା, ପିଲାଙ୍କୁ ଶିକ୍ଷା ଆଉ ପିଇବାକୁ ବିଶୁଦ୍ଧ ପାଣି। ଏହି ମୌଳିକ ସୁବିଧା ସୁଯୋଗ ପାଇବା ଅଧିକାର ସମସ୍ତଙ୍କ ରହିଛି। ହେଲେ ଗଂଜାମ ଭଞ୍ଜନଗର ବ୍ଲକ ବାଲିଙ୍କିଆ ଗାଁକୁ ଦେଖିଲେ ଲାଗୁଛି ଏସବୁ ଯେପରି ଏଠି ସାତ ସପନ।