IAS ବାବୁଙ୍କ ସମ୍ପତ୍ତି କେତେ ? କେତେ ରହିଛି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ? ନା କେହି ତଥ୍ୟ ରଖୁଛନ୍ତି ନା ମିଳିପାରୁଛି ସ୍ପଷ୍ଟ ସୂଚନା । ଆମେ ଆପଣଙ୍କୁ ମନେ ପକାଇ ଦେଉଛୁ ଯେ, ୨୦୨୦ରେ ମୁଖ୍ୟମନ୍ତ୍ରୀ ଏକ ଟ୍ୱିଟ୍‌ କରିଥିଲେ । ଯେଉଁଥିରେ କୁହାଯାଇଥିଲା ସରପଞ୍ଚଙ୍କଠୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ଯାଏଁ ସର୍ବସାଧାରଣରେ ପ୍ରକାଶ କରିବେ ସମ୍ପତ୍ତି ତାଲିକା ।