ହକି ବିଶ୍ୱକପ୍ ପାଇଁ ରାଉରକେଲାରେ ୫ ମାସ ତଳେ ନିର୍ମାଣ ହୋଇଥିଲା ୪୦ ଫୁଟ ଉଚ୍ଚର ହକି ଷ୍ଟାଚ୍ୟୁ । ନିର୍ମାଣର ୫ ମାସ ଯାଇନି ଆଜି ତାହା ଭାଙ୍ଗି ମାଟିରେ ଲୋଟିପଡିଛି । ତେବେ ଏତେ ବଡ଼ ପ୍ରତିମୂର୍ତ୍ତି କେମିତି ଗଳି ପଡିଲା ସେନେଇ ପ୍ରଶ୍ନ ଉଠିଛି । ସାମାନ୍ୟ ବର୍ଷା ପବନରେ ଏମିତି ହୋଇଥିବା କୁହାଯାଉଥିବା ବେଳେ ନିମ୍ନମାନର କାମ ହୋଇଥିବା ବି ଅଭିଯୋଗ ହୋଇଛି । ସେପଟେ ପ୍ରଶାସନ କହିଛି, ଘଟଣାର ତଦନ୍ତ ହେବ ।