Advertisment

ଆସନ୍ତାବର୍ଷଠୁ ଓଡ଼ିଆରେ ହେବ CAPF କନଷ୍ଟେବଲ ଭର୍ତ୍ତି ପରୀକ୍ଷା

ଆଉ ଖାଲି ହିନ୍ଦୀ କି ଇଂରାଜୀରେ ନୁହେଁ ଓଡ଼ିଆରେ ବି ଦେଇହେବ CAPF କନଷ୍ଟେବଲ ଭର୍ତ୍ତି । ପରୀକ୍ଷାକେନ୍ଦ୍ରର ବଡ଼ ନିଷ୍ପତ୍ତି ପରେ ଭାରି ଖୁସି ଅଗଣିତ ଆଶାୟୀ । କୋରାପୁଟ ଜୟପୁରର ପିଣ୍ଟୁ ପାଣି ଓ ସଚିନ କତଲେଲଙ୍କ କେନ୍ଦ୍ରୀୟ ଫୋର୍ସରେ ଯୋଗଦେବାକୁ ପ୍ରବଳ ଇଚ୍ଛା ।

Advertisment

କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀରେ ଯୋଗ ଦେବାକୁ ଚାହୁଁଥିବା ଯୁବକଯୁବତୀଙ୍କ ପାଇଁ ଖୁସି ଖବର । ଏଣିକି କେବଳ ହିନ୍ଦୀ କି ଇଂରାଜୀ ନୁହେଁ, ଏହି ଦୁଇଭାଷା ସହିତ ଅଧିକ ୧୩ଟି ଆଞ୍ଚଳିକ ଭାଷାରେ ହେବ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ବା CAPF ପରୀକ୍ଷା । ଯାହା ଭିତରେ ଓଡ଼ିଆ ବି ରହିଛି । CAPFର କନଷ୍ଟେବଲ ଜେନେରାଲ୍ ଡ୍ୟୁଟି ପରୀକ୍ଷା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଥିବା ବେଳେ, ଆସନ୍ତାବର୍ଷ ଜାନୁଆରୀ ପହିଲାରୁ ଲାଗୁ ହେବ ନୂଆ ନିୟମ । ଯାହାକି ଆଶାୟୀ ଯୁବବର୍ଗଙ୍କ ମଧ୍ୟରେ ଖୁସିର ଲହରି ଖେଳାଇ ଦେଇଛି ।

Advertisment

ଆଉ ଖାଲି ହିନ୍ଦୀ କି ଇଂରାଜୀରେ ନୁହେଁ ଓଡ଼ିଆରେ ବି ଦେଇହେବ CAPF କନଷ୍ଟେବଲ ଭର୍ତ୍ତି । ପରୀକ୍ଷାକେନ୍ଦ୍ରର ବଡ଼ ନିଷ୍ପତ୍ତି ପରେ ଭାରି ଖୁସି ଅଗଣିତ ଆଶାୟୀ । କୋରାପୁଟ ଜୟପୁରର ପିଣ୍ଟୁ ପାଣି ଓ ସଚିନ କତଲେଲଙ୍କ କେନ୍ଦ୍ରୀୟ ଫୋର୍ସରେ ଯୋଗଦେବାକୁ ପ୍ରବଳ ଇଚ୍ଛା । ପରୀକ୍ଷା ବି ଦେଇଥିଲେ, ହେଲେ ରିଟିନରେ କଟିଗଲେ ଅଳ୍ପ କେଇ ମାର୍କ ପାଇଁ । ମାଲକାନଗିରିର ଜ୍ଞାନରଞ୍ଜନ ସ୍ୱାଇଁ ବି ଜୋରଦାର ଅଭ୍ୟାସ ଚଳାଇଛନ୍ତି ସେଣ୍ଟ୍ରାଲ୍ ଫୋର୍ସରେ ସାମିଲ ହେବାକୁ । ଶାରିରୀକ ଦକ୍ଷତା ପରୀକ୍ଷା ବା ଫିଜିକାଲ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଯିବେ ବୋଲି ଦୃଢ଼ ନିଶ୍ଚିତ 

MHA Odia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ