ମହାକାଶରେ ଦ୍ୱିତୀୟ ଭାରତୀୟ
Advertisment
ବହୁ ପ୍ରତୀକ୍ଷାର ଅନ୍ତ, ସତ ହେଲା ସ୍ବପ୍ନର ଉଡ଼ାଣ। ଦ୍ବିତୀୟ ଭାରତୀୟ ଭାବେ ମହାକାଶ ଗଲେ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା। ଆଜି ନିର୍ଦ୍ଧାରିତ ସମୟରେ ଆକ୍ସିଅମ୍-୪ ମିଶନର ସଫଳ ଲଞ୍ଚିଂ ହୋଇଥିବା ବେଳେ, ଏବେ ମହାକାଶରେ ପୃଥିବୀ ଚାରିପଟେ ଘୁରି ବୁଲୁଛନ୍ତି ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ । ଆସନ୍ତାକାଲି ଅପରାହ୍ନ ସାଢ଼େ ୪ଟାରେ ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନରେ ହେବ ଡ୍ରାଗନ୍ ସ୍ପେଶ କ୍ୟାପସୁଲ୍ ର ଡକିଂ। ୪ ମହାକାଶଚାରୀ ସେଠାରେ ୧୪ ଦିନ ରହି କରିବେ ୬୦ରୁ ଅଧିକ ଏକ୍ସପେରିମେଣ୍ଟ।
Advertisment