Advertisment

ଦାଉ ସାଧିଲା ଦଇବ; ଲିବ୍ୟାରେ ପ୍ରଳୟଙ୍କରୀ ବନ୍ୟା, ୨୦ ହଜାର ଟପିବ ମୃତ୍ୟୁସଂଖ୍ୟା !

ଲିବ୍ୟା ବିପର୍ଯ୍ୟୟ ମନୁଷ୍ୟଗତ ତ୍ରୁଟିରୁ ହୋଇଥାଇପାରେ । ବିପର୍ଯ୍ୟୟ ଆସିବା ନେଇ ପାଣିପାଗ ବିଶେଷଜ୍ଞ ଆଗୁଆ ସୂଚନା ଦେଇଥିଲେ । ସେହିପରି ଡର୍ନା ୱାଡି ଡ୍ୟାମରେ ସୃଷ୍ଟି ହୋଇଥିବା ଫାଟ ସଂପର୍କରେ ବି ବିଶେଷଜ୍ଞ ଚେତାଇ ଦେଇଥିଲେ ।

Advertisment

ପ୍ରଳୟ ମୁହାଁ ହେବାରେ ଲାଗିଛି ସାରା ବିଶ୍ୱ । ଭିନ୍ନ ଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳୁଛି ପ୍ରକୃତିର ତାଣ୍ଡବ । ଗତ ରବିବାର ଲିବ୍ୟାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା ସାରା ବିଶ୍ୱରେ ଭାଳେଣି ପକାଇଛି । ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ରୋକିବାରେ ବିଫଳ ହେଲେ ମାନବ ସମାଜ ପ୍ରତି ଘୋର ବିପଦ ମାଡି ଆସୁଥିବା ଲିବ୍ୟା ବିପର୍ଯ୍ୟୟରୁ ଆଶଙ୍କା ଦୃଢୀଭୂତ ହେଉଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ