ଇସ୍ରାଏଲ୍ ଏୟାର ଷ୍ଟ୍ରାଇକରେ ଟଳିଲା ହମାସ୍ ଚିଫ୍ । ଇସମାଇଲ୍ ହାନିୟେ ପରେ ହମାସ୍ ମୁଖ୍ୟ ୟାହ୍ୟା ସିନୱାର ସଫା । ଆତଙ୍କର ଏକ କ୍ରୁର ଚେହେରା ହେଲା ୟାହ୍ୟା ସିନୱାର। ଆତଙ୍କୀ ସଙ୍ଗଠନ ହମାସର ମୁଖିଆ। ଇସ୍ରାଏଲ ଆକ୍ରମଣରେ ଧରାଶାୟୀ ବିଲଡିଂ ଭିତରେ ଗୁରୁତର ହୋଇପଡିଥିଲା ସିନୱାର। ଦେହରେ କମ୍ବଳ ଘୋଡାଇ ସୋଫା ଉପରେ ନେଉଥିଲା ଶେଷ ନିଶ୍ୱାସ। ହେଲେ ତୋଡ ଯାଇନଥିଲା । ପାଖରେ ଡ୍ରୋନକୁ ଦେଖି ହାତରେ ଧରିଥିବା ମାରଣାସ୍ତ୍ରକୁ ତା’ଉପରକୁ ଫୋପାଡି ଦେଇଥିଲା। ପରେ ସେନାର ଗୁଳି ଓ ରକେଟ୍ ମାଡରେ ଟଳିପଡିଛି ସିନୱାର। ଡିଏନଏ ଟେଷ୍ଟ ପରେ ସେ ହିଁ ସିନୱାର ବୋଲି ସ୍ପଷ୍ଟ ହୋଇଛି। ଗାଜାରେ ସେନାର ଏହି ଅପରେସନ୍ ବେଳେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ଆଇଡିଏଫ ପକ୍ଷରୁ ଜାରି ହୋଇଛି ଏହାର ଡ୍ରୋନ୍ ଭିଡିଓ।