By: Pallipuspa Samal
Last updated: 26 September 2024, 11:32 AM IST
କୁନି ଓଠରେ ଅନେକ ପ୍ରଶ୍ନର ଉତ୍ତର ଦେଇଚାଲିଛି କୁନିଝିଅ ବଂଶିକା । ଏମିତି ଗୋଟିଗୋଟି କରି ୨ଶହରୁ ଊର୍ଦ୍ଧ୍ୱ ପ୍ରଶ୍ନର ଉତ୍ତର ତା’ ମୁହେଁ ମୁହେଁ ଅଛି । ଯାହା ତା’ ପାଇଁ ଆଣି ଦେଇଛି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସଫଳତା । ଏ ସୁନା ଝିଅ ହେଉଛନ୍ତି କଟକ ଜିଲ୍ଲା ଆଠଗଡ ଅଞ୍ଚଳର ବଂଶିକା ପ୍ରିୟଦର୍ଶିନୀ ।