ପିଲାଟି ଦିନରୁ ଥିଲା କିଛି ନୂଆ କରିବାର ଆଶା, ଆଉ ସେଇ ଆଶା, ନୂଆ ପରିକଳ୍ପନା ବାସ୍ତବ ରୂପ ନେଲା । ଆପଣ ଭାବୁଥିବେ କୌଣସି ହୋଟେଲ୍‌ କି କୌଣସି ବଡ଼ ବଡ଼ିଆ ଲୋକଙ୍କ ଘର ହୋଇଥିବ ନିଶ୍ଚୟ । ଜଣେ ଶିକ୍ଷକଙ୍କ ସ୍ୱପ୍ନ । ଆଉ ସେହି ସ୍ୱପ୍ନ ଆଜି ଯେମିତି ସୁନେଲି ସକାଳରେ ପରିଣତ ହୋଇଛି । ତାଙ୍କ ସ୍କୁଲ କୁତ୍ରା ଉଚ୍ଚ ବିଦ୍ୟାଳୟ ପାଇଛି ନୂଆ ଜୀବନ । ଝଲସୁଛି, ହସୁଛି... ଆଉ କୁନିକୁନି ପିଲାମାନଙ୍କୁ ମଣିଷ କରି ଗଢ଼ିତୋଳିବାକୁ ଯେମିତି ହାତଠାରି ଡାକୁଛି ।