Mother reunite with son
୧୦ ବର୍ଷ ହେଲା ମା କୋଳରୁ ହଜିଯାଇଥିଲା ପୁଅ । ବାପା ମାଡ଼ ମାରି ମାଆ ଠୁ ପୁଅକୁ ଛଡ଼ାଇ ନେଇ ଲୁଚାଇ ଦେଇଥିଲେ । ବିଜେଡି ନେତାଙ୍କ ଚାପରେ ମାଆଙ୍କୁ ନ୍ୟାୟ ମିଳିନଥିଲା । ହେଲେ ମୋହନ ସରକାର ଆସିଲେ ନ୍ୟାୟ ଦେଲେ । ଆଉ ୧୦ ବର୍ଷ ପରେ ମାଆ କୋଳକୁ ଫେରିଲା ହଜିଲା ପୁଅ । ଦର୍ଶକବନ୍ଧୁ ଏ କାହାଣୀ ହେଉଛି ବାଲେଶ୍ୱରର ସୀମା ଶତପଥୀଙ୍କର । ସ୍ୱାମୀ କମଳାକାନ୍ତ ମିଶ୍ରଙ୍କ ସହ କଳି ବିବାଦ କାରଣରୁ ୨୦୧୬ ମସିହାରେ କମଳାକାନ୍ତ ସୀମାଙ୍କ ବାପଘରେ ପଶି ତାଙ୍କୁ ମାଡ଼ ମାରିବା ସହ ୪ ବର୍ଷର ଶିଶୁପୁତ୍ରକୁ ଧରି ଫେରାର ହୋଇଯାଇଥିଲେ । ସୀମା ନିଜ ପରିବାର ସହ ତାଙ୍କୁ ଚାରିଆଡ଼େ ଖୋଜିଥିଲେ ମଧ୍ୟ କୋଉଠି ପାଇ ନଥିଲେ। ଦିନ ରାତି ସେ ତାଙ୍କ ପୁଅକୁ ଝୁରି ଝୁରି ହେଉଥିଲେ। ଶେଷରେ ଆଜି ତାଙ୍କ ମୁହଁରେ ହସ ଫୁଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us