Advertisment

ମରିନଥିଲା ପାଠ ପଢିବାର ଇଚ୍ଛା, ଦଶମ ପରୀକ୍ଷାରେ ପାସ୍ କଲେ କିନ୍ନର

ମାଇଚିଆ, କିନ୍ନର କହି ସାଙ୍ଗସାଥୀ ଦୂରେଇ ଯାଉଥିଲେ । ଛକା କହି ଚିଡାଉଥିଲେ । ପାଠ ପଢିବାକୁ ଆଗ୍ରହ ଥିଲେ ବି ଲୋକଲଜ୍ଜାକୁ ଡରି ସ୍କୁଲ୍ ଯାଇପାରୁ ନଥିଲେ, ହେଲେ ଆଜି ପାଠ ପଢି ଦଶମ ପାସ୍ କରିଛନ୍ତି ଭଦ୍ରକ ଜିଲ୍ଲା ଚରମ୍ପାର କିଛି କିନ୍ନର ।

Advertisment

ମାଇଚିଆ, କିନ୍ନର କହି ସାଙ୍ଗସାଥୀ ଦୂରେଇ ଯାଉଥିଲେ । ଛକା କହି ଚିଡାଉଥିଲେ । ପାଠ ପଢିବାକୁ ଆଗ୍ରହ ଥିଲେ ବି ଲୋକଲଜ୍ଜାକୁ ଡରି ସ୍କୁଲ୍ ଯାଇପାରି ନଥିଲି, ହେଲେ ଆଜି ମୁଁ ସ୍ୱାଭିମାନର ସହ ବଞ୍ଚିବା ଶିଖିଛି, ବୟସ ଗଡ଼ି ଯାଇଥିଲେ ବି ମୁଁ ପାଠ ପଢି ମାଟ୍ରିକ୍ ପାସ୍ କରିଛି, ମୁଁ ବି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇଛି । ମୁଁ ଯେ କେବଳ ତାଳି ମାରିବାକୁ ଜନ୍ମ ହୋଇଥିଲି ତାହା ନୁହଁ, ମୋ ପାଇଁ ବି ଲୋକେ ତାଳି ମାରିବେ ସେ କାମ କରି ଦେଖାଇଛି... ହଁ ଆଜ୍ଞା ଏ ଖୁସି ଆଉ ଉତ୍ସାହକୁ ଦେଖିଲେ ଠିକ୍ ସେମିତି ଲାଗୁଛି, ସାବାସୀ ନ ଦେଇ କେହି ରହି ପାରିବନି... ଦେବେନି ବା କେମିତି, ଏମାନେ ଯେ ସାହି ପଡ଼ିଶା, ସାଙ୍ଗସାଥୀଙ୍କ ଟୁପୁରୁ ଟାପୁରର କଥାକୁ କାନ ପାତି ସହିଥିଲେ, ଆଉ ଆଜି ତାର ଜବାବ କଲମରେ ଦେଇଛନ୍ତି... ପାଠ ପଢି ମାଟ୍ରିକ୍ ପାସ୍ କରିଛନ୍ତି ।

Advertisment
Bhadrak Transgender Odisha Matric Results
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ