ରାଜ୍ୟରେ ପୁଣି ଉପରମୁହାଁ କରୋନା ସଂକ୍ରମଣ । ଏପଟେ ସଂକ୍ରମଣ ବଢିବା ପରେ ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ । ମାସ୍କ ପିନ୍ଧିବା, ଭିଡ ନକରିବା , ଲକ୍ଷଣ ଥିଲେ ତୁରନ୍ତ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟକର୍ମୀ ବି ଡୋର ଟୁ ଡୋର ସର୍ଭେ କରିବା ସହ ରୋଗୀଙ୍କୁ ଚିହ୍ନଟ ଲାଗି ଉଦ୍ୟମ କରୁଛନ୍ତି । ଯଦି ସଂକ୍ରମଣ ବଢେ ଓ ହସପିଟାଲର ଆବଶ୍ୟକତା ପଡେ, ତେବେ ପୂର୍ବ ଭଳି ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।