Ratha Yatra in Japan
ଜଗନ୍ନାଥ ସାରା ଜଗତର ନାଥ । ସୁଦୂର ଟୋକିଓ ସହରରେ ଓଡିଶା କମୁନିଟି ଜାପାନର ସଦସ୍ୟମାନେ ଜାପାନୀ ଭକ୍ତଙ୍କ ସହ ମିଶି ବହୁତ ଧୁମଧାମରେ ପାଳନ କରୁଛନ୍ତି ରଥଯାତ୍ରା । ଏହି ରଥଯାତ୍ରାକୁ କିଛି ଓଡ଼ିଆ ଭାଇ ଭଉଣୀମାନେ ମିଶି ଜାପାନରେ ୧୭ ବର୍ଷ ପୂର୍ବରୁ ଆରମ୍ଭ କରିଥିଲେ ।
ଜାପାନର ୟୋକହାମାରେ ଥିବା ଜଗନ୍ନାଥ ମନ୍ଦିରରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରୀତି ନୀତି ଅନୁଯାୟୀ ପହଣ୍ଡି କରାଯାଇଥିଲା । ପରେ ରଥରେ ଶ୍ରୀଜିଉମାନେ ରଥାରୁଢ଼ ହେବା ପରେ ସହସ୍ରାଧିକ ଭକ୍ତ ରଥକୁ ଟାଣିନେଇଥିଲେ । ଏହା ପରେ ଜାପାନୀ କଳାକାରମାନଙ୍କ ଦ୍ୱାରା ପରିବେଷଣ ହେଇଥିବା ଭାଙ୍ଗଡା ନାଚଠୁ ଆରମ୍ଭ କରି ଓଡିଶୀ ନୃତ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଓଡିଶା କମୁନିଟି ଜାପାନର ଓଡ଼ିଆ ପରିବାରମାନେ ଏହି ରଥଯାତ୍ରାର ଆୟୋଜନ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us