Ratha Jatra
Advertisment
ଶ୍ରୀଜିଉଙ୍କ ରଥ ସଖୀଙ୍କୁ ଖାଇଗଲେ ଉଈ । ରଥଯାତ୍ରା ପୂର୍ବରୁ ସମ୍ଭବ ନୁହେଁ ନୂଆ ସଖୀ ନିର୍ମାଣ । ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ଦିନ ଦଶଟା ନାହିଁ। ଏହାପୂର୍ବରୁ ତିନି ରଥର ଶୋଭା ବଢାଉଥିବା ସଖୀଙ୍କ ଅବସ୍ଥା କହିଲେ ନସରେ । କାହାର ନାକ ନାହିଁ ତ ଆଉ କାହାର ତଳୁ ଉପର ଯାଏଁ ସମ୍ପୂର୍ଣ୍ଣ ନଷ୍ଟ । ଉଇ ଲାଗି ସବୁ ସ୍ୱାହା। ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ସଖୀ ମୂର୍ତ୍ତିକୁ ଉଇ ଖାଇ ଖୋଳ କରିଦେଇଛନ୍ତି । ରୂପକାର ସେବକ ସଫା ସଫା କହିଦେଇଛନ୍ତି, ନୂଆ ନିର୍ମାଣ ପାଇଁ ହାତରେ ଆଉ ସମୟ ନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us