Advertisment

ବାବା ମହାକାଳେଶ୍ୱର ପୀଠରେ ହେଉଥିବା ଭସ୍ମ ଆଳତୀ ସ୍ୱତନ୍ତ୍ର କାହିଁକି ?

ପବିତ୍ର ଭାରତବର୍ଷର ତୃତୀୟ ଜ୍ୟୋତିର୍ଲିଙ୍ଗ ଭଗବାନ ମହାକାଳେଶ୍ୱର । ଭାରତର ପବିତ୍ର ଉଜ୍ଜୟିନୀ ନଗରୀରେ ଭଗବାନ ଶଙ୍କର ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ଭାବେ ପୂଜିତ ହେଉଛନ୍ତି।

Advertisment

ପବିତ୍ର ଭାରତବର୍ଷର ତୃତିୟ ଜ୍ୟୋତିଲିଙ୍ଗ ଭଗବାନ ମହାକାଳେଶ୍ବର। ଭାରତର ପବିତ୍ର ଉଜ୍ଜୟିନୀ ନଗରୀରେ ଭଗବାନ ଶଙ୍କର ମହାକାଳେଶ୍ବର ଜ୍ୟୋର୍ତିଲିଙ୍ଗ ଭାବେ ପୂଜିତ ହେଉଛନ୍ତି। ଏହି ଜ୍ୟୋର୍ତିଲିଙ୍ଗ ସୁଦୃଶ୍ୟ ଓ ବିଶାଳ। ଯାହାଙ୍କୁ ସେବକମାନେ ବର୍ଷତମାମ ବିଭିନ୍ନ ବେଶରେ ସଜ୍ଜିତ କରିଥାନ୍ତି। ଏଠାରେ ହେଉଥିବା ଭସ୍ମ ଆଳତୀ ସମଗ୍ର ଦେଶରେ ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ।

Advertisment

ତେବେ ଦର୍ଶକବନ୍ଧୁ ଆପଣ ନିଶ୍ଚୟ ଏହି ଜ୍ୟୋର୍ତିଲିଙ୍ଗଙ୍କ ପ୍ରାକଟ୍ୟ ସମ୍ପର୍କରେ ଜାଣିବାକୁ ଆଗ୍ରହ ପ୍ରକାଶ କରୁଥିବେ। ଶିବ ପୁରାଣର ତଥ୍ୟକୁ ଆଧାର କରି ଆମେ ଆପଣଙ୍କୁ ଏହାଙ୍କ କାହାଣୀ କହୁଅଛୁ। ଅବନ୍ତୀ ନଗରରେ ବେଦପ୍ରିୟ ବୋଲ ଜଣେ ଅଗ୍ନିହୋତ୍ର ବ୍ରାହ୍ମଣ ନିବାସ କରୁଥିଲେ। ନିତ୍ୟ ଅଗ୍ନିହୋତ୍ର କରିବା ସହ ସମାଜ ମଙ୍ଗଳ ପାଇଁ ଭଗବାନ ଶଙ୍କରଙ୍କୁ ସେ ଆରାଧନା କରୁଥଲେ। ନିତ୍ୟ ଶିବାର୍ଚ୍ଚନା ଫଳରେ ଭଗବାନ ଶିବଙ୍କ ପ୍ରସାଦ ସ୍ବରୂପ ତାଙ୍କୁ ୪ଟି ପୁତ୍ର ପ୍ରାପ୍ତି ହେଲେ। ନାଁ ରହିଲା ଦେବପ୍ରିୟ, ପ୍ରିୟମେଘ, ସଂସ୍କୃତ ଓ ସୁବୃତ୍ତ। ସମସ୍ତେ ବେଦଜ୍ଞ, ପଣ୍ଡିତ ଓ ଶିବଭକ୍ତ।

Mahashivratri Mahakal Temple Ujjain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ