Last updated: 30 August 2021, 10:44 PM IST
ମାନବବାଦ ସଙ୍ଗଠନ ନାଁରେ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି । ମାନବବାଦ ସଙ୍ଗଠନର ଅତ୍ୟାଚାରରେ ପ୍ରାୟ ୮ ବର୍ଷ ହେଲା ଗାଁ ଛାଡି ୬ ପରିବାର ଜଙ୍ଗଲରେ ରହୁଛନ୍ତି । ଖୋର୍ଦ୍ଧା ସଦର ଥାନା ଡାଳତୋଳା ଆଦିବାସୀ ସାହିରୁ ଏଭଳି ଅଭିଯୋଗ ଆସିଛି । ଏହି ସାହିର ୬ଟି ପରିବାର ମାନବବାଦ ସଙ୍ଗଠନର କଥା ନ ମାନିବାରୁ ଗାଁରୁ ସେମାନଙ୍କୁ ମାଡ଼ ମାରି ସଙ୍ଗଠନର ସଦସ୍ୟ ବାହାର କରି ଦେଇଛନ୍ତି ।