ଟୋକିଓ ଅଲିମ୍ପିକ୍ସରେ ସଫଳ ଆୟୋଜନ ପରେ ଆଜିଠାରୁ ଆରମ୍ଭ ହେଉଛି ପାରା ଅଲିମ୍ପିକ୍ସ । ଏଥର ୯ଟି କ୍ରୀଡାରେ ଭାରତର ୫୪ଜଣ ଆଥଲେଟ୍ ଭାଗ ନେଉଛନ୍ତି । ପ୍ରଥମଥର ପାଇଁ ପାରାଅଲିମ୍ପିକ୍ସରେ ସାମିଲ କରାଯାଇଥିବା ବ୍ୟାଡମିଣ୍ଟନରେ ପଦକ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ଓଡିଆ ଆଥଲେଟ୍ ପ୍ରମୋଦ ଭଗତ  । ଭାରତ ପାଇଁ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିବା ଦେବେନ୍ଦ୍ର ଝାଝାରିଆ ଟୋକିଓ ପାରାଅଲିମ୍ପିକ୍ସର ଉଦଘାଟନ ଉତ୍ସବରେ ତ୍ରିରଙ୍ଗା ଧରିବେ ।