ଶ୍ରୀମନ୍ଦିର ସେବାୟତ ପରିବାରକୁ ମିଳିବ ଘର, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି । ପ୍ରଥମ ପର୍ଯ୍ୟାୟରେ ୪ଶହ ସେବାୟତ ପରିବାରକୁ ଘର ମିଳିବ । ଘର କରିବା ପାଇଁ ପରିବାର ପିଛା ୨ ଲକ୍ଷ ଟଙ୍କା ଦିଆଯିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ସୂଚନା । ଏଣିକି ଶ୍ରୀମନ୍ଦିର ମରାମତି ପାଇଁ ୫ ବର୍ଷୀୟା ଯୋଜନା ହେବ, ୫ ବର୍ଷୀୟା ସଂରକ୍ଷଣ ନେଇ ASI ଠାରୁ ପ୍ଲାନ ଆହ୍ୱାନ କରାଯିବ, ସଂରକ୍ଷଣ ପ୍ରସଙ୍ଗରେ ASI- ମନ୍ଦିର ପ୍ରଶାସନ ମିଳିତ ନିଷ୍ପତ୍ତି ନେବେ, ସଂରକ୍ଷଣ ପାଇଁ ଅଧିକ ଅର୍ଥ ଦରକାର ପଡ଼ିଲେ ସରକାର ବହନ କରିବେ ।