Advertisment

ଆଜି ଉତ୍କଳ ଦିବସ, ହେଲେ ସବୁଠି ମାତୃଭାଷା ଅବହେଳିତ

କନ୍ଧମାଳର ଫୁଲବାଣୀ ହେଉ କି କୋରାପୁଟର ଜୟପୁର ସବୁଠି ଆମ ମାତୃଭାଷା ଓଡ଼ିଆ ଅବହେଳିତ। ୨୦୧୮ରେ ରାଜ୍ୟ ସରକାର କଡ଼ା ନିୟମ କରିଛନ୍ତି। କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି। ପ୍ରତି ଦୋକାନର ନାମଫଳକ ଓଡ଼ିଆ ଭାଷାରେ ଲେଖିବା ବାଧ୍ୟତାମୂଳକ। ନିୟମ ନ ମାନିଲେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ମଧ୍ୟ ରହିଛି। ହେଲେ ଏଠି ସବୁ ସତେ ଯେମିତି ଧୁଆଁବାଣରେ ପରିଣତ ହୋଇଯାଇଛି।

Advertisment

ଆଜି ଉତ୍କଳ ଦିବସ । ସାରା ରାଜ୍ୟରେ ପାଳନ ହେଉଛି ଆମ ଜାତିର ଅସ୍ମିତାର ପର୍ବ । କାହିଁକି ନା ୧୯୩୬ ମସିହା ଆଜିର ଦିନରେ ଭାଷା ଭିତ୍ତିରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ । ଆମ ଭାଷାର ସ୍ୱତନ୍ତ୍ର ଲିପି ଅଛି, ବର୍ଣ୍ଣ ଅଛି ବ୍ୟାକରଣ ଅଛି, ଶବ୍ଦଭଣ୍ଡାରରେ ଶବ୍ଦର ଅଭାବ ନାହିଁ । ହେଲେ ବାସ୍ତବ କ୍ଷେତ୍ରରେ କିନ୍ତୁ ସବୁ ଓଲଟା । ସରକାର ନିୟମ କଡା କଡି କରିଥିଲେ ବି ଦୋକାନ ବଜାର କେଉଁଠି ଦେଖିବାକୁ ମିଳୁନି ।

Advertisment
Odia Language Utkal Divas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ