ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନୂଆପଡ଼ା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ।  ତାଙ୍କ ଗାଡ଼ିରୁ ଜବତ ହୋଇଛି ୨ ଲକ୍ଷ ୭୭ ହଜାର ଟଙ୍କା। ତ୍ରିଲୋଚନ ଧଳ ନୂଆପଡ଼ାରୁ  ସରକାରୀ ଗାଡ଼ିରେ ନିଜ ଗାଁ କଟକର ନରାଜ ଯାଉଥିବା ବେଳେ ନୂଆପଡ଼ା ତାରିଣୀ ମନ୍ଦିର ପାଖରେ ଭିଜିଲାନ୍ସ ଧରିଥିଲା ।