ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠୁ ଆରମ୍ଭ ହୋଇଛି ଦେଶୀୟ ପକ୍ଷୀ ଗଣନା ।  ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ୭ଦିନ ପର୍ଯ୍ୟନ୍ତ ଚାଲିବ । ଗଣନା ପାଇଁ ୨ଟି ଟିମ୍‌ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ୭ ଜଣ ଲେଖାଏଁ ସଦସ୍ୟ ଅଛନ୍ତି ।  କନିକା ରେଞ୍ଜ ଅଫିସର ମାନସ ଦାସ କହିଛନ୍ତି ଆଜିଠୁ ପକ୍ଷୀଗଣନା ଆରମ୍ଭ ହୋଇଛି। ୨ଟି ଟିମ୍‌ ହୋଇଛି। ଗୋଟିଏ ଟିମ୍‌  ମଠଆଡ଼ିଆ  ଓ ଅନ୍ୟ ଟିମ୍‌ ଲକ୍ଷ୍ମୀପ୍ରସାଦ,   ଦୁର୍ଗାପ୍ରସାଦଡିଆରରେ ପକ୍ଷୀ ଗଣନା କରିବେ।  ୭ ଦିନ ଧରି ଏହି  ଗଣନା କାର୍ଯ୍ୟକ୍ରମ ଚାଲିବ।