ଝିଅର କଷ୍ଟ ବୁଝି ପାରୁଛି ମାଆ । ହେଲେ, ସେ ଅସହାୟ, ଯନ୍ତ୍ରଣାରେ ଛଯପଟ ହେଉଥିବା ଝିଅ ପାଇଁ କିଛି କରିପାରୁନି। କାରଣ, ପାଖରେ ନାହିଁ ଟଙ୍କା।  ଯାଜପୁର ଜିଲ୍ଲା ଦଶରଥପୁର  ଆଖୁଆ ସାହିର ପ୍ରଲିପ୍ତା ରାଉତଙ୍କ ୩ ବର୍ଷର ଝିଅକୁ ହୋଇଛି ନ୍ୟୁରୋବ୍ଲାସ୍ମା କ୍ୟାନସର । ପ୍ରାଥମିକ ଚିକିତ୍ସା ପାଇଁ ଦରକାର ୩୦ ଲକ୍ଷ। ଅର୍ଥାଭାବରୁ ଗୋଟିଏ କେମୋରେ ଅଟକିଛି ଚିକିତ୍ସା  । ଏବେ ସରକାରୀ ସହାୟତାକୁ ଅପେକ୍ଷା । ଆପଣ ବି ଚାହିଁଲେ, ଛୋଟ ଝିଅଟିର ଜୀବନ ବଞ୍ଚାଇବାରେ ସହଯୋଗ କରିପାରିବେ ।