By: Chandan Shishu
Last updated: 26 August 2021, 06:56 PM IST
କାବୁଲ ଏୟାରପୋର୍ଟରେ ଖାଦ୍ୟ ଓ ପାଣି ଦାମ ଆକାଶଛୁଆଁ ହୋଇଛି । ଗୋଟିଏ ବୋତଲପାଣି କିଣିବାକୁ ହେଲେ ୪୦ ଡଲାର ଅର୍ଥାତ୍ ୩ ହଜାର ଟଙ୍କା ଏବଂ ଗୋଟିଏ ପ୍ଲେଟ ଭାତ କିଣିବାକୁ ହେଲେ ୧୦୦ ଡଲାର ଅର୍ଥାତ୍ ୭୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏୟାରପୋର୍ଟରେ ଖାଦ୍ୟ ବା ପାଣି ଯାହା ବି କିଣିଲେ ଆଫାଗାନିସ୍ତନ କରେନ୍ସି ନେଉ ନାହାନ୍ତି । କେବଳ ଡଲାର ପେମେଣ୍ଟକୁ ହିଁ ଗ୍ରହଣ କରାଯାଉଛି ।