By: Deviprasad Jena
Last updated: 10 March 2025, 11:39 AM IST
ବର୍ଷା... ସେ ଥିଲେ ଅନୁଭବଙ୍କ ବର୍ଷା... ସମୟ ଏକାଠି କରିଥିଲା... ସମୟ ବି ଅଲଗା କରିଦେଲା। ଆଇନ୍ ଛାଡ଼ପତ୍ରକୁ ଦେଇସାରିଛି ସ୍ୱୀକୃତି। ଶାଶୁଘର ବି ଆଉ ନିଜର ହୋଇନାହିଁ । ଯିଏ ଭଲପାଇ ନିଜର କରିଥିଲେ ସେ ବି ପର ହୋଇସାରିଛନ୍ତି। ଆଉ ଦେଖିବାକୁ ମିଳୁନି ଏହି ଯୋଡ଼ିକୁ। କି ଆଗକୁ ବି ଆଉ ଦେଖିବାକୁ ମିଳିବନି ଏମାନଙ୍କ ଅଭିନୟ । ମାଇ ଲଭ୍ ବର୍ଷା କହୁଥିବା ଅନୁଭବଙ୍କ ମୁହଁରୁ ବାହାରିବନି ବର୍ଷାଙ୍କ ନାଁ । କାହିଁକି ନା ମାତ୍ର ଆଉ କେଇଟା ଦିନ ପରେ ଅନୁଭବ ଓ ଜାଗୃତିଙ୍କ ପଡ଼ିବାକୁ ଯାଉଛି ହାତଗଣ୍ଠି । ଦିନେ ଯେଉଁ ଯୋଡ଼ି ଓଲିଉଡ୍ର ସୁପର ଯୋଡ଼ି ଭାବେ ବେଶ୍ ଜଣାଶୁଣା ଥିଲେ ।
ସେପଟେ ବର୍ଷାଙ୍କୁ ନେଇ ବି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଲାଣି। ଛାଡପତ୍ର ପରେ ଅନୁଭବଙ୍କ ବିବାହ ହେବାକୁ ଯାଉଥିବାରୁ ବର୍ଷାଙ୍କ ବିବାହ କେବେ ବୋଲି ଫ୍ୟାନ୍ସ ମାନେ ପ୍ରଶ୍ନ କଲେଣି । ତେବେ ସତରେ କ’ଣ ବର୍ଷା ନିଜର ଜୀବନ ସାଥୀ ଖୋଜୁଛନ୍ତି । ଅନୁଭବଙ୍କ ପରେ ସେ କ’ଣ ବିବାହ କରିବେ ବେଲି ପ୍ରଶ୍ନ କଲେଣି ଫ୍ୟାନ୍ସ ।