Advertisment

ସୈଫ୍ ଅଲ୍ଲୀଖାନଙ୍କୁ କାହିଁକି ହେଲା ମରଣାନ୍ତକ ହମଲା ?

ସେଲିବ୍ରିଟିଙ୍କୁ ସଫ୍ଟ ଟାର୍ଗେଟ୍ ! ପଟ୍ଟୌଦୀ ନବାବଙ୍କୁ ମରଣାନ୍ତକ ଆକ୍ରମଣ । ଘରେ ପଶି ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ । ୬ ଥର ଭୁଶିଲା ଦୁର୍ବୃତ୍ତ । ଆରାମରେ ଆପାର୍ଟମେଣ୍ଟରୁ ଚମ୍ପଟ ମାରିଲା। CCTVରୁ ସାମନାକୁ ଆସିଲା ଅଭିଯୁକ୍ତର ଫଟୋ।

Advertisment

ବଲିଉଡରେ ଚାଞ୍ଚଲ୍ୟ। ପଟ୍ଟୌଦୀ ନବାବ୍ ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼। ମୁମ୍ବାଇ ବାନ୍ଦ୍ରାରେ ଥିବା ଆପାର୍ଟମେଣ୍ଟ ଭିତରେ ପଶି ସୈଫଙ୍କୁ ୬ ଥର ଛୁରି ଭୁଶି ଫେରାର ହୋଇଯାଇଛି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ସୈଫଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ବିପଦ ମୁକ୍ତ ଅଛନ୍ତି। ସେପଟେ ଅଭିଯୁକ୍ତକୁ ସିସିଟିଭିରୁ ଚିହ୍ନଟ କରାଯାଇଛି ଓ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛି ମୁମ୍ବାଇ ପୋଲିସ୍। ସବୁଠୁ ବଡ଼ କଥା ହେଲା ପୁଅର ମୁଣ୍ଡ ଜାମିନ ରଖି ଅଭିଯୁକ୍ତ କୋଟିଏ ଟଙ୍କା ମାଗିଥିଲା। ତେବେ ପ୍ରଶ୍ନ ଉଠୁଛି, ହାଇ ସିକ୍ୟୁରିଟି ଜୋନରେ କିଭଳି ଜଣେ ପଶି, ଏଭଳି ମରଣାନ୍ତକ ଆକ୍ରମଣ କଲା ? 

Advertisment
Saif Ali Khan Bollywood Actor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ