Advertisment

ନୀରବି ଗଲେ ବଲିଉଡ ଅଭିନେତା ମନୋଜ କୁମାର

କେବଳ ଅଭିନୟ ନୁହେଁ, ଅନେକ ଫିଲ୍ମରେ ସେ ଛାଡି ଯାଇଛନ୍ତି ନିର୍ଦ୍ଦେଶନାର ବି ଛାପ। ହେଲେ ଆଜି ଜୀବନ ନାଟକର ଶେଷ ଦୃଶ୍ୟ ସାରି ବାହୁଡି ଯାଇଛନ୍ତି ମନୋଜ।

Advertisment

ନୀରବି ଗଲେ ବଲିଉଡର ଭର୍ସଟାଇଲ ଅଭିନେତା ମନୋଜ କୁମାର। ୮୭ ବର୍ଷ ବୟସରେ ସେ ଆଖିବୁଜିଛନ୍ତି। ସେ ଚାଲିଗଲେ ସିନା ତାଙ୍କ ଅପାସୋରା ଅଭିନୟ ତାଙ୍କୁ ଚୀର ସବୁଜ କରି ରଖିବ। କେତେବେଳେ ସେ ୧୦ ନମ୍ବରୀ ତ ଆଉ କେତେବେଳେ ସେ ଥିଲେ କ୍ରାନ୍ତୀକାରୀ। ବଡ଼ ଭାଇ ହୋଇ ତୁଲାଇଥିଲେ ଦାୟିତ୍ୱ। ଦେଶ ଭକ୍ତିର ଗାଉଥିଲେ ଗୀତ। ଆଉ କେତେବେଳେ ସନ୍ନ୍ୟାସୀ ପାଲଟି ବେଇମାନିଙ୍କ ଉପରେ ରଖୁଥିଲେ ନଜର। ସବୁ ପ୍ରକାର ଅଭିନୟରେ ସେ ଥିଲେ ଓସ୍ତାଦ। କେବଳ ଅଭିନୟ ନୁହେଁ, ଅନେକ ଫିଲ୍ମରେ ସେ ଛାଡି ଯାଇଛନ୍ତି ନିର୍ଦ୍ଦେଶନାର ବି ଛାପ। ହେଲେ ଆଜି ଜୀବନ ନାଟକର ଶେଷ ଦୃଶ୍ୟ ସାରି ବାହୁଡି ଯାଇଛନ୍ତି ମନୋଜ।

Advertisment
Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ