Advertisment

ଆଞ୍ଚଳିକ ସିନେମାରେ ଆସିଛି ନୂଆଯୁଗ: ଅମୋଲ ପାଲେକର୍

ଓଡ଼ିଆ ନୁହେଁ, ବିଭିନ୍ନ ଭାରତୀୟ ଭାଷାର ସିନେମା ଶିଳ୍ପରେ ଯେ ଏକ ନୂଆ ଯୁଗର ଅୟମାରମ୍ଭ ହୋଇଛି ଏବଂ ତାହା ଆଗକୁ ଅଭିବୃଦ୍ଧିର ଆହୁରି ଅନେକ ପାହାଚ ଚଢ଼ିବାକୁ ଯାଉଛି, ତାହା ପ୍ରମାଣିତ ହୋଇଥିଲା ତରଙ୍ଗ ସିନେଫ୍ଲିକ୍ସ-୨୦୨୩ରେ ।

Advertisment

ଫିଲ୍ମ ପ୍ରଦର୍ଶନ, ଆଉ ତା ସହିତ ମାନସ ମନ୍ଥନ । ଫୋକସରେ ଜାତୀୟ ଦୃଶ୍ୟପଟ୍ଟରେ ଆଞ୍ଚଳିକ ସିନେମା । ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜିତ ନିଆରା ଫିଲ୍ମ କନକ୍ଲେଭ ତରଙ୍ଗ ସିନେଫ୍ଲିକ୍ସ ୨୦୨୩ ଉଦଯାପିତ ହୋଇଛି ଅଭୂତପୂର୍ବ ସଫଳତାର ସହ ।

Advertisment

ଆଜି ଦ୍ୱିତୀୟ ଦିନରେ ସ୍କ୍ରିନିଂ ହୋଇଥିଲା ମରାଠୀ ଫିଲ୍ମ ଧୂସର, ବଙ୍ଗାଳି ଫିଲ୍ମ ହାମି-ଟୁ ଓ ଗୁଜରାଟୀ ଭାଷାରେ ହେଲ୍ଲାରୋ । ଏଥିସହିତ ଆଲୋଚନାରେ ଭାଗ ନେଇଥିଲେ ପ୍ରଖ୍ୟାତ ଅଭିନେତା ତଥା ଫିଲ୍ମ ନିର୍ମାତା ଅମୋଲ ପାଲେକର, ତାଙ୍କ ପତ୍ନୀ ତଥା ଲେଖିକା ସନ୍ଧ୍ୟା ଗୋଖଲେ ଏବଂ ଖ୍ୟାତନାମା ଫିଲ୍ମ ନିର୍ଦ୍ଦେଶକ ହଂସଲ ମେହେଟ୍ଟା ।

Tarang TV
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ