Advertisment

ତେଜିଲା ବର୍ଷା-ଅନୁଭବ କଳି; ସୋସିଆଲ ମିଡିଆରେ ପତି ପତ୍ନୀଙ୍କ ତୁତୁ-ମେମେ

ନ୍ୟାୟପାଳିକା ସବୁଠୁ ଊର୍ଦ୍ଧ୍ୱରେ । ତେବେ ଏଇଠି କଥା ସରିନି । ସମାନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଆଜି ପୁଣି ବର୍ଷା ଛାଡ଼ିଛନ୍ତି ଏକ ବିରାଟ ବିବୃତି । ତେବେ ସଂକ୍ଷେପରେ କହିଲେ, ବର୍ଷା ଲେଖିଛନ୍ତି- ଦୀର୍ଘ ୩ ବର୍ଷର ଲଢ଼େଇ ଓ ମାନସିକ ଯନ୍ତ୍ରଣା ପରେ, ଶେଷରେ ସତ୍ୟର ଜୟ ହେଲା । ହୀନ ଉଦ୍ଦେଶ୍ୟ ନେଇ ଛାଡ଼ପତ୍ର ପାଇଁ ଆବେଦନ କଲେ ତାହା ଧରାପଡ଼େ ଓ ନ୍ୟାୟପାଳିକା ଦ୍ବାରା ଖାରଜ ହୋଇ ସଫଳ ହୁଏ ନାହିଁ ।

Advertisment

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଉଭୟଙ୍କୁ କଟକ ପରିବାର ଅଦାଲତରୁ ଝଟକା ପରେ, ସୋସିଆଲ ମିଡିଆରେ ପତି ପତ୍ନୀଙ୍କ ତୁତୁ-ମେମେ । ଠାର ଠାରରେ ବର୍ଷାଙ୍କ ଚାପରେ ତାଙ୍କୁ ନ୍ୟାୟ ମିଳିଲାନି ବୋଲି ଅନୁଭବ ଲେଖିଥିବା ବେଳେ, ବର୍ଷା ଲେଖିଛନ୍ତି ଯେ, ଅନୁଭବଙ୍କ ଛାଡ଼ପତ୍ର ଆବେଦନର ହୀନ ଉଦ୍ଦେଶ୍ୟ ଧରାପଡ଼ିଛି । ସେପଟେ ଏହି ସେଲିବ୍ରିଟି କଳି ଆଗକୁ କେଉଁ ମୋଡ଼ ନେଉଛି, ତାକୁ ନେଇ ଦେଖାଦେଇଛି ଉତ୍ସୁକତା ।

Advertisment
Varsha Priyadarshini Anubhav Mohanty Social Media
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ