Burst Firecrackers Inside cinema Hall
ଭାଇଜାନ୍ ଫ୍ୟାନ୍ଙ୍କ ପାଗଳାମୀ । ସିନେମା ହଲ୍ରେ ବିପଜ୍ଜନକ ସେଲିବ୍ରେସନ୍। ନନ୍ଷ୍ଟପ୍ ଫୁଟାଇଲେ ହାବେଳି ଓ ରକେଟ୍ ବାଣ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ର ମାଲେଗାଁଓ ମୋହନ ଥିଏଟରର। ଗତକାଲି ଦିୱାଲି ଅବସରରେ ନାଇଟ୍ ସୋ’ରେ ସଲମାନ ଖାନ ଅଭିନୀତ ଟାଇଗର ଥ୍ରୀ’ ମୁଭି ଚାଲିଥିଲା। ଫିଲ୍ମରେ ସଲମାନଙ୍କ ଏଣ୍ଟ୍ରି ମାତ୍ରେ ହଠାତ୍ ଭାଇଜାନ୍ ବୋଲି ଚିତ୍କାର କରି କିଛି ଫ୍ୟାନ୍ ପଛକୁ ପଛ କୁମ୍ପି ଓ ହାବେଳି ବାଣ ଫୁଟାଇ ଚାଲିଥିଲେ। ବାଣରୁ ନିଆଁ ଝୁଲ ଛିଟିକି ପଡୁଥିଲା। ଡରରେ ଦର୍ଶକ ସିଟରୁ ଉଠି ଏଣେତେଣେ ଦୌଡ଼ିଥିଲେ। ତଥାପି ଥମି ନ ଥିଲେ ସମର୍ଥକ। ସୋସିଆଲ୍ ମିଡିଆରେ ସେହି ସମୟର ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ୍ ହେବା ପରେ ପୋଲିସ ମାମଲା ରୁଜୁ କରି ଛାନବିନ୍ ଚଳାଇଛି । ନିଜେ ସଲମାନ ବି ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏଭଳି ଘଟଣା ବିପଜ୍ଜନକ ବୋଲି କହିଛନ୍ତି। ଅନ୍ୟ କାହାରିକୁ ବିପଦରେ ନ ପକାଇ ଫିଲ୍ମକୁ ଉପଭୋଗ କରିବାକୁ ଫ୍ୟାନଙ୍କୁ ଅନୁରୋଧ କରିଛନ୍ତି ସଲମାନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us