ଦିନେ ଏଠି ଖଚାଖଚ୍ ଭିଡ଼ ଜମୁଥିଲା, ସବୁ ସିଟରେ ବସି ଫିଲ୍ମ ଦେଖୁଥିଲେ ଦର୍ଶକ। ନା ଏବେ ଏହି ସିଟ୍ ଅଛି, ନା ରିଲ୍ ଅଛି, ନା ଫିଲ୍ମ, ନା ହଲ୍। ଭୁବନେଶ୍ବରର ବହୁ ପୁରୁଣା ରବି ଟକିଜର ସ୍ଥିତି ନ କହିବା ଭଲ । ସିନେମା ହଲ୍ କଲ୍ୟାଣ ମଣ୍ଡପରେ ପରିଣତ ହୋଇଛି, ଆଉ ସିଲଭର୍ ସ୍କ୍ରିନ୍ ଲାଗୁଥିବା ସ୍ଥାନ ବାହାଘର ମଣ୍ଡପରେ। ଏହି ଗୋଟିଏ ଫିଲ୍ମ ହଲ ନୁହେଁ ରାଜଧାନୀର ବହୁ ସିନେମା ହଲ୍ ବନ୍ଦ ହୋଇ ପଡ଼ିଛି। ଏକାମ୍ର ହଲର ଅବସ୍ଥା ଥରେ ସେମିତି । ଦିନ ଥିଲା ଝରକା ପାଖରେ ଟିକେଟ୍ ଖଣ୍ଡକ୍ ପାଇଁ ଜମୁଥିଲା ଭିଡ଼। ରଜ, ଦଶହରାରେ ତ ଯାତ୍ରା ଭଳି ପରିସ୍ଥିତି ଉପୁଜୁଥିଲା। ହେଲେ ଏବେ କର୍ପୂର ଉଡ଼ିଯାଇଛି, କନା ବଞ୍ଚିଲା ଭଳି କେବଳ ହଲ୍ ନିଜ ସ୍ଥିତି ଅଣ୍ଡାଳୁଛି।