Advertisment

Sonali Panda’s Marital Storm: ସୋନାଲିଙ୍କ ବୈବାହିକ ଜୀବନକୁ ନେଇ ଜଲିଉଡରେ ଝଡ

ଜଲିଉଡ କ୍ବିନ୍ ସୋନାଲି ପଣ୍ଡାଙ୍କ ବୈବାହିକ ଜୀବନ ପଛର ଗୁମର ଓ ତାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଗଣମାଧ୍ୟମ ଆଗରେ ଚାଲିଥିବା ତୁ ତୁ ମେ ମେ କୁ ନେଇ ସତେ ଯେମିତି ଯାତ୍ରାପ୍ରେମୀ ଦେଖୁଛନ୍ତି ଏକ ନୂଆ ସିନ୍।

ଅଦ୍ୟତନ ହୋଇଛି
Advertisment

ଜଲିଉଡ୍ କ୍ବିନ୍ ସୋନାଲି ପଣ୍ଡାଙ୍କ ବୈବାହିକ ଜୀବନର ଝଡ଼କୁ ନେଇ ପଡୁଛି ଉଠୁଛି ଯାତ୍ରା ଜଗତ। ସୋନାଲିଙ୍କୁ ତୁଳସୀ ଗଣନାଟ୍ୟ ମାଲିକ ଧମକ ଚମକ ଦେଇ ତାଙ୍କ ଠାରୁ ଓ ପୁଅଠାରୁ ଦୀର୍ଘ ବର୍ଷ ହେଲା ଅଲଗା ରଖିଥିବା ନେଇ ସ୍ବାମୀ ଶ୍ରୀକ୍ଷେତ୍ରଙ୍କ ସଂଗୀନ ଆରୋପ ପରେ ସୃଷ୍ଟି ହୋଇଛି ହଲଚଲ୍। ଏବେ ସୋନାଲି ଓ ଶ୍ରୀକ୍ଷେତ୍ର ଉଭୟ ଗଣମାଧ୍ୟମରେ ପରସ୍ପରକୁ କାଦୁଅ ଫିଙ୍ଗୁଥିବାବେଳେ ତୁଳସୀ ଗଣନାଟ୍ୟର ମାଲିକଙ୍କୁ କିନ୍ତୁ ସୋନାଲି ଦେଇଛନ୍ତି କ୍ଲିନଚିଟ୍। ତାସହ ଶ୍ରୀକ୍ଷେତ୍ର ଆଉ ଜଣେ ଯୁବତୀଙ୍କୁ ବିବାହ କରିଥିବାରୁ ସେ କେମିତି ମୋର ସ୍ବାମୀ ହୋଇ ରହିଲେ ବୋଲି ସୋନାଲି ପ୍ରଶ୍ନ କରିଥିବାବେଳେ ଏଣେ ଶ୍ରୀକ୍ଷେତ୍ର ବି ମାଗିଛନ୍ତି ଦ୍ବିତୀୟ ବିବାହର ପ୍ରମାଣ।

Advertisment
Odisha Jollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ