Education
Advertisment
ରାଜ୍ୟ ଶିକ୍ଷା ବିଭାଗର ବିଚିତ୍ର ଚିତ୍ର । ଶ୍ରେଣୀ ଗୃହ ଗୋଟିଏ, ବ୍ଲାକ୍ ବୋର୍ଡ ବି ଗୋଟିଏ । ହେଲେ ଏକା ସାଙ୍ଗରେ ଚାଲିଛି ଦୁଇଟି କ୍ଲାସ । ଦୁଇ ପଟେ ଛିଡ଼ା ହୋଇ ଦୁଇଟି କ୍ସାସକୁ ଦୁଇଟି ବିଷୟ ପଢାଉଛନ୍ତି ଦୁଇ ଜଣ ଶିକ୍ଷୟିତ୍ରୀ । ଆପଣ ଆଗରୁ କେଉଁଠି ବି ଏଭଳି ବ୍ୟବସ୍ଥା ଥିବା ଜାଣିନଥିବେ । ତେବେ କୋରାପୁଟ ଜୟପୁର ବ୍ଲକ ହାଡିଆ ଉଚ୍ଚ ମାଧ୍ୟମିକ ସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ତେବେ ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ରାଜ୍ୟରେ କେଉଁସ୍ତରରେ ରହିଛି ଶିକ୍ଷା ଭିତ୍ତିଭୂମି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us