ନବୀନ ନିବାସରେ ନିଷ୍ପତ୍ତି, ଇନ୍‌ଷ୍ଟାଗ୍ରାମରେ ଘୋଷଣା । ହେଲେ ଗ୍ରାଉଣ୍ଡରେ ବିଗ୍ ଜିରୋ । ରାଜ୍ୟରେ ଦୁଇ ଦୁଇଟି ମହାବିଦ୍ୟାଳୟକୁ ନିକଟରେ ବିଶ୍ୱବିଦ୍ୟାଳୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମେ ଜୟପୁରର ବିକ୍ରମଦେବ ଓ ପରେ କେନ୍ଦୁଝର ଧରଣୀଧର କଲେଜ । ସମାନ ଷ୍ଟାଇଲରେ ଏ ଦୁଇ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର । ତେବେ ପ୍ରଶ୍ନ ଉଠୁଛି, ସ୍ନାତକ ପାଇଁ ବି ସର୍ବନିମ୍ନ ଭିତ୍ତିଭୂମି ଅଭାବରେ ଜର୍ଜରିତ ଏ ଦୁଇ ମହାବିଦ୍ୟାଳୟ ଆଗକୁ ବିଶ୍ୱବିଦ୍ୟାଳୟ ହେବ କେମିତି ?