ନିର୍ବାଚନ ପାଇଁ ବନ୍ଧା ପଡ଼ିଛି କି ରାଜ୍ୟର ଲକ୍ଷ ଲକ୍ଷ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଭାଗ୍ୟ ? ମେ’ ସରିବାକୁ ମଝିରେ ଆଉ ମାତ୍ର ୯ ଦିନ ଥିଲେ ବି କାହିଁକି ବାହାରୁନି ମାଟ୍ରିକ ରେଜଲ୍ଟ ? ସିବିଏସ୍ଇ ଏବଂ ଆଇସିଏସ୍ଇ ବୋର୍ଡର ଦଶମ ରେଜଲ୍ଟ ବାହାରି ସପ୍ତାହେ ହୋଇଗଲାଣି। କେଉଁ କାରଣ ପାଇଁ ରେଜଲ୍ଟକୁ ଚାପି ଧରିଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ କର୍ତ୍ତୃପକ୍ଷ ? ଚିନ୍ତାରେ ଅଭିଭାବକ, ଅକଳରେ ପରୀକ୍ଷାର୍ଥୀ । ଉମରକୋଟର ଜି.ମୋହନରାଓ ଆଚାରୀ । ମାଟ୍ରିକ ପରୀକ୍ଷା ଦେଇଥିବା ପୁଅ ରମ୍ୟରଂଜନର ରେଜଲ୍ଟ ଦେଖି ଉଚ୍ଚଶିକ୍ଷା ପାଇଁ ପରବର୍ତ୍ତୀ ପଦକ୍ଷେପ ନେଇଥାନ୍ତେ । କିନ୍ତୁ, ନା ରେଜଲ୍ଟ ବାହାରୁଛି ନା କେବେ ବାହାରିବ ଘୋଷଣା କରାଯାଉଛି। ଫଳରେ ଦ୍ୱନ୍ଦ୍ୱରେ ଉଭୟ ବାପପୁଅ ।